29/08/2026
ଅବୈଧ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ମନମୁଣ୍ଡା ପୋଲିସର କାର୍ଯ୍ୟାନୁଷ୍ଠାନ
ମନମୁଣ୍ଡା ଥାନା ପକ୍ଷରୁ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର (ନଂ OD-01-AA-5037) ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।
📌 ଜବତ ସାମଗ୍ରୀ:-
୫୬ କେଜି ୩୦୦ ଗ୍ରାମ (୨ଟି ବସ୍ତା)
ମାରୁତି ସୁଜୁକି କାର (OD-01-AA-5037)
ଗୋଟିଏ ମୋବାଇଲ ଫୋନ
👉 ଗିରଫ ଅଭିଯୁକ୍ତ:-
ତପନ ବାଘ (୩୮), ପିତା- କୁମାର ବାଘ, ଗ୍ରାମ- ମଥୁରା, ଥାନା/ଜିଲ୍ଲା- ବୌଦ୍ଧ
ଏହି ମାମଲାରେ ଗାଡ଼ି ମାଲିକ ଧୀରେନ ପ୍ରଧାନ ଏବଂ ଗଞ୍ଜେଇ ଯୋଗାଣକାରୀ ସଂଜୀବ ଗିରି (ମନୋହରପୁର) ଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଘଟଣାସ୍ଥଳରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ନିୟମାନୁଯାୟୀ ଓଜନ ଓ ଜବତ ପ୍ରକ୍ରିୟା ସମ୍ପାଦନ କରାଯାଇଛି ।
⚖️ କେସ୍ ବିବରଣୀ:
ମନମୁଣ୍ଡା ଥାନା କେସ୍ ନଂ- 346, ତା 28.08.2026, ଧାରା- 20(b)(ii)(C) NDPS Act ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି ।