19/03/2026
#ନିଶାମୁକ୍ତ_ଓଡ଼ିଶା_ଅଭିଯାନ
ନିଶାମୁକ୍ତ ଓଡ଼ିଶା ଅଭିଯାନ ଅଧୀନରେ, ଅନୁଗୁଳ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି । ହଣ୍ଡପା ଥାନା ଦ୍ୱାରା ୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଏବଂ ଦୁଇଟି ଗାଡ଼ି ଜବତ କରାଯାଇଛି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏକ ସୁରକ୍ଷିତ ଏବଂ ନିଶାମୁକ୍ତ ସମାଜ ସୁନିଶ୍ଚିତ କରିବା ପାଇଁ ନିଶା କାରବାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ପୋଲିସ ।