Shri harih

Shri harih Contact information, map and directions, contact form, opening hours, services, ratings, photos, videos and announcements from Shri harih, Advertising/Marketing, Rathagada, Dhenkanal.

LIFE, HEALTH, GENERAL INSURANCE, POSTAL RD, NSC, PAN CARD & ALL INSURANCE RENEWAL PAYMENT, THE SAMAJA Classifieds, SPIRITUAL BOOKS, RUDRAKSHYA, SFATIK, TULSI, SANDAL Malas,etc....

31/03/2023

*ଉଦ୍ଭଟ ବିଚାର*

"ଶ୍ରୀ.....ରା.....ମ"
ମୁଁ କୋଉଠି ଥିଲି ଜାଣିନି। ହଁ ଯୋଉଠି ବି ଥିଲି ବର୍ତ୍ତମାନ ଅପେକ୍ଷା ନିଶ୍ଚିତଭାବେ ନିଶ୍ଚିନ୍ତରେ ଥିଲି। ହଠାତ୍ ଦିନେ ଭୂ-ପତିତ ହେଲି। କିଛି ଗୋଟିଏ ଅଲଗା ଅନୁଭୂତି ହେଲା। ବୋଧହୁଏ କଷ୍ଟ ଲାଗିଲା। କ୍ଷୁଧା ବି ଲାଗିଲା। ସେଥିପାଇଁ କୁଆଁ କୁଆଁ ରଡି ଛାଡ଼ିଲି। ଅଭାବ ଲାଗିବାରୁ ରାବିବା ଆରମ୍ଭ କଲି। ରାବିବା ସାଙ୍ଗେ ସାଙ୍ଗେ ମାତୃ ସ୍ପର୍ଶ ଓ ପାନୀୟ ମିଳିଗଲା। ବାସ ଚୁପ ! ଓଃ ପ୍ରାଣ ରହିଗଲା ! କାହିଁ ସେମିତି ତ ଏଇ ଟିକିଏ ଆଗରୁ ଲାଗି ନଥିଲା। ଏ ରାବିବା ଶୁଣି ସମସ୍ତଙ୍କ ମନରେ ଆନନ୍ଦର ଲହରୀ, ପରିବାରରେ ସନ୍ତାନଟେ ହେଇଛି ଯେ। ଏହାପରେ ସମସ୍ତଙ୍କର ବିଚାର ହୁଏ ଏହି ରୂପ ଧରିଥିବା ସନ୍ତାନଟିର ନାମ ଦେବାକୁ ହେବ। ନାଁଟିଏ ଲିଙ୍ଗ ଆଧାରରେ ମିଳି ବି ଯାଏ। ବାସ, ଏଇଠୁ ଆରମ୍ଭ ହୁଏ ମୋ ପାଇଁ ସଂଘର୍ଷର କାହାଣୀ ଯାହା ମୋର ଜୀବନର ଅନ୍ତିମରେ ଜୀବନ ଗାଥା ହୋଇଯାଏ।

ସତରେ ଏହା ପରଠାରୁ ନିତି ନିତି ବଦଳୁଥିବା ଏହି ରୂପଧାରୀ ତାହାର ନାମ ବାଚକକୁ ଧରି ମୂଳ ସ୍ୱଭାବରୁ ଦୁରେଇ ଯାଏ। ଆରମ୍ଭ ହୁଏ ମୁଁ ଅମୁକ, ମୁଁ ଅମୁକ କରିପାରେ, ମୁଁ ଅମୁକ କରିଛି, ଇତ୍ୟାଦି ଇତ୍ୟାଦି କହି ନିଜର ଇତିହାସ ଲେଖିଚାଲେ। ତେବେ, ଏଠାରେ ଏକ(ଅନେକ) ପ୍ରଶ୍ନ ଉଠେ ଯାହାକୁ ମୁଁ ଆଡେଇ ଦେଇ ଚାଲେ। ପ୍ରଶ୍ନଟି ଏପରି, ମୁଁ ଭୂ-ପତିତ ହେବା ପୂର୍ବରୁ କେଉଁଠାରେ ଥିଲି କି ? ସେତେବେଳେ ମୋର କି ରୂପ ଥିଲା ? କି ନାମ ଟି ଥିଲା ? ସେ ଅବସ୍ଥାରେ ମୁଁ ସୁଖରେ ଥିଲି ନା ଦୁଃଖରେ ଥିଲି ? କାରଣ ! ଏହି ପ୍ରଶ୍ନ ସବୁ ମୋତେ ଭାରି ଅଡ଼ୁଆ ଲାଗେ। ତେଣୁ ଏସବୁ ପ୍ରଶ୍ନ ଗୁଡିକୁ ଏଇଠି ରଖି ନିଜଠାରୁ ନିଜେ ଦୁରେଇଯାଏ। ସମୟକ୍ରମେ ବୟସ ବଢ଼େ, ସତରେ ! ବଢ଼େ କି କମେ ସତ କହିବାକୁ ଗଲେ ମୁଁ ସନ୍ଦିହାନ। କାରଣ ମୁଁ ଯେଉଠିକି ଆସିଛି ସେଇଟା କୁଆଡେ ସଂସାର ଓ ଓଲଟା ଗଛ ସଦୃଶ। ତେଣୁ ଏକଥାକୁ ଭୁଲିଯାଏ ଯେ, ବୟସ ବଢିଲେ ଆୟୁଷ କମେ। ମୁଁ ଏହି ଜାଗାକୁ ଏତେ ଆପଣେଇ ନିଏ ଯେ ଓଲଟେଇ ଗଣେ ନାହିଁ। ମୋହ ତ ମୋତେ ଏମିତି ବାନ୍ଧିଛି ଯେ ଏହି ଜାଗାକୁ ମୁଁ ସବୁଦିନିଆ ମାନି ନେଇଛି। ନହେଲେ କାହାର ଇଚ୍ଛା ଅଛି ମ ଏତେ ଶୀଘ୍ର ଏହି ଜାଗା ଛାଡ଼ିକି ଯିବ। ବରଂ କୋଳି ଖାଇ ମଞ୍ଜି ପୋତିବା କଥା। ସେ ଯାହାହେଉ ମୋତେ ତ ବିଭିନ୍ନ ଅବସ୍ଥା ଦେଇ ଆଗକୁ ଯିବାର ଅଛି। ଶିଶୁ ଟିଏରୁ ଯୁବକ, ପ୍ରୌଢ ଓ ବୃଦ୍ଧ ଅବସ୍ଥାକୁ। ସମୟ ସହିତ ତାଳଦେଇ ଅନେକ ନୂଆ ନୂଆ ସୁଖକର ଉପାଦାନ ଆଦରି ନେଇଚାଲେ। ଏହି ଯେମିତି କାମ, କ୍ରୋଧ, ଈର୍ଷ୍ୟା, ଦ୍ୱେଷ ଇତ୍ୟାଦି ମାନେ। ଏସବୁ ସାଥୀମାନେ କେତେବେଳେ ମୋ ଜୀବନର "ରା"ଠାରୁ........"ମ" ପର୍ଯ୍ୟନ୍ତ ମୋର "ଶ୍ରୀ"ର ସ୍ଥାନ ନେଇଯାଇଥାନ୍ତି ତାହା ମୁଁ ବି ଜାଣି ପାରିନଥାଏ। ମୋତେ ସବୁକିଛି ଏତେ ଆନନ୍ଦ ଦିଏ ଯେ ଏହାକୁ ହିଁ ମହାନନ୍ଦ ଭାବି ସେଥିରେ ବୁଡ଼ିରହେ। ସବୁକିଛି ଠିକ୍ ଚାଲିଥାଏ, ଏତିକି ବେଳକୁ ହଠାତ୍ ଅନ୍ୟ କାହାର ସୁଖ ମୋ ଉପରେ ଭାରି ପଡ଼ିଯାଏ। କଣ ବୁଝି ପାରିଲେନି କି ? ଦୁଃଖୀ ହେବାର କାରଣ ଟିଏ ମିଳିଯାଏ। ଚାଲୁ ଏମିତି ତ ଚାଲେ। ହାନି ଲାଭର ଖେଳରେ। ସବୁଥିରେ ବ୍ୟବସାୟୀ ବୁଦ୍ଧି ଯୋଉ ଥାଏ। ଏଁ ଏମିତି କିଏ ଅଛି ମୋତେ ଠକି ଦେବ ! ନାହିଁ ନିଜେ ନିଜଠି ଠକି ଯାଏ।

ମୁଁ ମୋର ସାମର୍ଥ୍ୟ ବଳରେ ସମଗ୍ର ଜଗତକୁ କିଣି ନେଇ ତାକୁ ଅକ୍ତିଆର କରିବାକୁ ଚେଷ୍ଟା କରେ। କିନ୍ତୁ, ଏସବୁ କିଛି ବି ହୋଇଯାଇ ପାରେ ନାହିଁ। ଇତିହାସ, ପୁରାଣ, ବ୍ୟତୀତ ମୁଁ ଚାରି ପାଖରେ ଥିବା କେତେ ଚରିତ୍ର ସବୁକୁ ଦେଖିଛି ଯେଉଁମାନଙ୍କ ସ୍ଥିତି କେତେ କେତେ ବଦଳି ଯାଇଛି। ଏହାକୁ ସ୍ୱୀକାର କରେ ନାହିଁ କି ଏଥିକୁ ଚେତାବନୀ ଜାଣି ମୁଁ ଟିକିଏ ବି ଯତ୍ନଶୀଳ ହୋଇ ପାରେ ନାହିଁ। ସବୁ ସ୍ଥିତି ଦେଇ ଆସିବା ପରେ ବାର୍ଦ୍ଧକ୍ୟରେ ପହଞ୍ଚି ମଧ୍ୟ ଆସକ୍ତି କମିବା ବଦଳରେ ପ୍ରବଳ ହୁଏ। ମୋର ଆତ୍ମ ବଡୀମା ଖୁବ ବଢ଼ି ଯାଇଥାଏ। ଇଚ୍ଛା ହୁଏ ସବୁକିଛି ସାଙ୍ଗରେ ସାଉଁଟି ନେବାକୁ। ମୋ ହିସାବରେ ସବୁ ଠିକ୍ ତ ଚାଲୁଥିଲା, ହଠାତ୍ କଣ ହେଲା କେଜାଣି ଚାରଣୀଟିଏ ହଜିଗଲା ପରି ମୁହଁ ଶୁଖିଯାଏ। ମୋତେ ଏବେ ସବୁ ଜଞ୍ଜାଳମୟ ଲାଗେ। ମୋତେ ଖାଲି ମିଳୁଥିଲେ ଭଲ। କିନ୍ତୁ, ମୁଁ ଯେ ଏକଥା ଭୁଲିଯାଏ ଏହି ସଂସାରର ନିୟମ ହେଉଛି, ମୋତେ ସମସ୍ତଙ୍କୁ ନେଇ ଚାଲିବାକୁ ହେବ। ଦୁନିଆ ଯାକର ସଂଗ୍ରହ କରି କରି ଏମିତି ଏକ ଅବସ୍ଥା ଆସେ ଯୋଉଠି ସବୁ ଥାଇ ମଧ୍ୟ ମୁଁ ନିଃଶ୍ବ ହୋଇଯାଏ। ସାଙ୍ଗରେ ନା ଭାଈ ନା ବନ୍ଧୁ।

ହଠାତ୍ ଏକ ସମୟରେ ନିଃସଙ୍ଗ ଅନୁଭୂତି ହୁଏ। ଏତିକି ବେଳେ ଟିକିଏ ଭାବିବାକୁ ବାଧ୍ୟ ହୁଏ। ଯେତେବେଳେ ଭୂ-ପତିତ ହୋଇଥିଲି ସେତେବେଳେ ଆଣିଥିଲି କଣ ? ଆପଣ କଣ ଭାବୁଛନ୍ତି ? କିଛି ନାହିଁ ! ନା ଆଣିଥିଲି କ୍ଷୁଧାକୁ। ଏହି କ୍ଷୁଧା ପାଇଁ ପରା ମୁଁ ଭୁ-ପତିତ ହେବା ମାତ୍ରେ ରବିବା ଆରମ୍ଭ କରିଥିଲି। ଏହି କ୍ଷୁଧା ହିଁ ମୋତେ ଏହି ଅଳିକ ଓ କ୍ଷଣିକ ସଂସାରରେ ବାନ୍ଧି ଦେଇଥିଲା। ଯଦି ଏହି କ୍ଷୁଧା ନଥାନ୍ତା ମୁଁ କେଉଁ କର୍ମ କାହିଁକି ବା କରନ୍ତି ! ସତରେ ମୋର ଆଉ କଣ କିଛି ବା ଆବଶ୍ୟକ ଥାନ୍ତା ଯେ। ଏହି କ୍ଷୁଧା ହିଁ ମୋତେ କର୍ମ କରିବାରେ ପ୍ରବୃତ୍ତ କରୁଛି। କ୍ଷୁଧାର ନିବାରଣ ପାଇଁ କର୍ମ କରୁ କରୁ ଏମିତି ଜଞ୍ଜାଳରେ ବୁଡ଼ି ଗଲିଣି ଯେ ସେଥିରୁ ମୁକୁଳିବା ପାଇଁ କେତେ କେତେ ଉପାୟ ଖୋଜିଲି, କେତେ ଓଷା ଓ କେତେ ବ୍ରତ କରିଲି, କେତେ କେତେ ଗୁରୁ କରିଲି, ମଠ ଓ ମନ୍ଦିର ଧାଇଁଲି। ଶେଷରେ ଯୋଉ ଦୁଃଖୀକୁ ସେହି ଦୁଃଖୀ। ଏସବୁ ତ; ମୋତେ ଜଞ୍ଜାଳରୁ ମୁକ୍ତ ହେବାର ଠିକଣା ଥିଲା ! ତେବେ, ଅସୁବିଧା ରହିଲା କେଉଁଠି ? ଶେଷରେ ଟିକିଏ ଟିକିଏ ଅସୁବିଧା ପାଇଁ କୁଆଡ଼େ କେହି ଜଣେ ଭଗବାନ ଅଛନ୍ତି ସୁବିଧା ହେଲା ତାଙ୍କଠାରେ ସବୁ ଦୋଷ ଲଦିଲି। କିନ୍ତୁ, ଏହି କଥାଟି ଭାବିବାକୁ ଭୁଲିଗଲି* ଯେ ଭୁ-ପତିତ ହେବା ପୂର୍ବରୁ କିପରି ଥିଲି ? ମୋର ପ୍ରକୃତ "ଶ୍ରୀ" ଆଉ ଅଛି ତ ? ଜୀବନ ଯାକ ୟା ତା ପଛରେ ଲାଗିଲି, ପଡ଼ିଶା ଘରେ ଆଖି ରଖିଲି, ସାଙ୍ଗର ଭଲରେ ଭେଲ ଭାବିଲି। ଈର୍ଷ୍ୟା, ଦ୍ୱେଷ ଓ ଅହଙ୍କାରକୁ ନେଇ ଏମିତି ଠାଣିରେ ଚାଲିଲି ଯେ, ନିଜର ହୃଦୟକୁ କେବେ ଘଷି ମାଜି କରି ସଫା କରିଲି ନାହିଁ। ଏଇ ଯୋଉ ହୃଦୟଟା ଭୁ-ପତିତ ହେବା ପୂର୍ବରୁ ନିର୍ମଳ ଥିଲା ଏବେ ସେଥିରେ କେତେ ମଳି ଧୂଳି ଜମାଟ ବାନ୍ଧି ଯାଇଛି। କେବେ ଏହି ହୃଦୟକୁ ସଫା କରିବି ? ମଳି କେବେ ଛାଡିବ ? ଦୀର୍ଘ ବର୍ଷର ଅଭ୍ୟାସ କଣ ଏତେ ଶୀଘ୍ର ବଦଳି ଯିବ ? ମୋ ପାଖରେ ଆଉ ସମୟ ଅଛି ତ ? ସତ କହିବାକୁ ଗଲେ ଏ ଜୀବନରେ, ମୋ ହୃଦୟରେ ମୁଁ କେବେ ନିଜକୁ ନିଜେ ବସେଇ ପାରିବି ତ ? ମନ୍ଦିରର ଭଗବାନ ତ ମନ୍ଦିରରେ ରହିଲେ। ମୁଁ ତାଙ୍କୁ ଆସନ ଦେବି କେଉଁଠି ? ନା ଆଉ ଥରେ ଭୁ-ପତିତ ହେବାକୁ ଅପେକ୍ଷା କରିବି ? ତାହା ହିଁ ତ ହେବ, ମୋର ଏବର ଇଚ୍ଛା ଆଗକୁ ତ ପୂରଣ ହେବ। ଏହି ଇଚ୍ଛାକୁ ନେଇ ମୁଁ ବାରମ୍ବାର ଭୁ-ପତିତ ହେବି ପଛେ କେବେ ବି ନିଜକୁ ସୁଧାରିବି ନାହିଁ। ଆରେ ଭାଇ ଛାଡ଼ ସେସବୁ କଥା, ମୁଁ ତ ଗୁଟୁଖା ଟିଏ ଛାଡ଼ି ପାରୁନି, ଆହୁରି ପୁଣି ରାଗ, ଦ୍ୱେଷ, ଈର୍ଷ୍ୟା ଛାଡ଼ିବି। ସେଗୁଡ଼ାକ କଥା ଆର ଥର ଭୁ-ପତିତ ହେଲେ ଦେଖିବା।

ଜୀବନଟା ଏଇଠି ଏମିତିରେ ସରିଗଲା। ମୁଁ ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ସବୁ ଚରିତ୍ର ଦେଇ ଆସିଲି। କିନ୍ତୁ, କୌଣସି ସମ୍ପର୍କ ସହିତ ନ୍ୟାୟ କରି ପାରିଲି ନାହିଁ। ନା ରାମଙ୍କ ପରି ଭଲ ସନ୍ତାନଟିଏ ହୋଇପାରିଲି କି ଭରତ, ଲକ୍ଷ୍ମଣ ପରି ଭଲ ଭାଈ ହୋଇପାରିଲି କି ବାଳୀ ପରି ଭଲ ସାଙ୍ଗ ହୋଇପାରିଲି କି ନା ଭଲ ସ୍ୱାମୀ ନା ଭଲ ସଖା। ଶେଷରେ ଯେଉଁ ସମ୍ପତ୍ତି କୁ ମୋର ଶ୍ରୀ ମାନି ନେଇଥିଲି ସେସବୁ ମୋର ଦୁଃଖର କାରଣ ବି ହେଲା। ମନରେ ଭାଈ ପ୍ରତି, ସାଙ୍ଗ ପ୍ରତି, ପଡୋଶୀ ପ୍ରତି ଈର୍ଷ୍ୟା ଓ ଦ୍ୱେଷ ମୋର ଶ୍ରୀହୀନ ହେବାର କାରଣ ତାହା ଜାଣିହେଲା ନାହିଁ। ଜୀବନଟା "ରା" ରୁ ରାବିବାରେ ଆରମ୍ଭ ହୋଇ ଜୀବନ ବ୍ୟାପୀ ରାବି ରାବି "ମ"ରେ ମରଣ ପର୍ଯ୍ୟନ୍ତ କେବେ ବି "ରାମ" ହୋଇ ପାରିଲା ନାହିଁ ତ "ଶ୍ରୀ" ଲାଗିବ କେମିତି ? ଏଣେ ମୂଳ ପ୍ରଶ୍ନ ଅସମାହିତ ଓ ଅମୀମାଂସିତ ହୋଇ ରହିଯାଏ, ଭୁ-ପତିତ କାହାର ପ୍ରେରଣାରୁ ଓ କଣ ପାଇଁ ହୋଇଥିଲି ? ଶେଷରେ, ପୁଣି ଏକ ଭୁ-ପତିତକୁ ଅପେକ୍ଷା.....! ନା ଭୁ-ପତିତ ହେବାରୁ .....ମୁକ୍ତି !
ପବିତ୍ର ଶ୍ରୀରାମ ନବମୀର ବିଳମ୍ବିତ ରାତ୍ରିର ଏହା ହିଁ ମୋର "ଉଦ୍ଭଟ ବିଚାର"।

ଶ୍ରୀ ଗୁରୁ ଶରଣଂ।🌹🙏🏻
ଶ୍ରୀ ରାମ ଶରଣଂ।🌹🙏🏻
ଶ୍ରୀ ସୋମେନ୍ଦୁ ଶତପଥୀ
ସଭାପତି
ଢେଙ୍କାନାଳ ଥିଙ୍କର୍ସ ଫୋରମ
ଦକ୍ଷିଣକାଳୀ ମନ୍ଦିର ସାମ୍ନା
କଳିକା ନଗର, ଢେଙ୍କାନାଳ

24/03/2023

Address

Rathagada
Dhenkanal

Telephone

+919938812499

Website

Alerts

Be the first to know and let us send you an email when Shri harih posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Shri harih:

Share