Dedicated person for Neglected Children, Women and Elderly Persons

  • Home
  • India
  • Balasore
  • Dedicated person for Neglected Children, Women and Elderly Persons

Dedicated person for Neglected Children, Women and Elderly Persons Social Activist & Advocate, Balasore Dedicated person for Neglected Children, Women & Elderly Persons.

ଦିନେ ନୁହେଁ କି ମାସେ ନୁହେଁ ବି ବର୍ଷେ ନୁହେଁ ଆଜି ଦୀର୍ଘ 35 ବର୍ଷ ପରେ ମୋର ଜଣେ ସ୍ନାତକ ଅଧ୍ୟୟନ ସମୟର ବାନ୍ଧବୀ ବାଲେଶ୍ୱରକୁ ଏକ ବିବାହ ଉସ୍...
26/02/2026

ଦିନେ ନୁହେଁ କି ମାସେ ନୁହେଁ ବି ବର୍ଷେ ନୁହେଁ ଆଜି ଦୀର୍ଘ 35 ବର୍ଷ ପରେ ମୋର ଜଣେ ସ୍ନାତକ ଅଧ୍ୟୟନ ସମୟର ବାନ୍ଧବୀ ବାଲେଶ୍ୱରକୁ ଏକ ବିବାହ ଉସ୍ୱବରେ ଯୋଗ ଦେବାକୁ ଆସିଥିବା ବେଳେ ଘର ନିକଟ ହୋଟେଲରେ ଦେଖା ହେଲା l ତାଳଚେର ଗୋଡ଼ିବନ୍ଧ ଅଞ୍ଚଳର ଏହି ଝିଅ ଯିଏ କି ନାତି ନାତୁଣୀଙ୍କର" ଆଈ " ହୋଇ ସାରିଲାଣି, ସିଏ ପାଠ ପଢିବା ବେଳେ ଯେମିତି ଥିଲା, ଆଜି ବି ଠିକ ସେମିତି ଅଛି l ବୟସର ଛାପରେ ଟିକିଏ ବି ପରିବର୍ତ୍ତନ ହୋଇ ନାହିଁ l ମୁଁ ମହାବିଦ୍ୟାଳୟ ନିର୍ବାଚନ ଲଢୁଥିବା ବେଳେ ସିଏ ମୋର ଜଣେ ଦୃଢ଼ ସମର୍ଥକ ଥିଲା l ସମୟ କ୍ରମେ ଯୋଗାଯୋଗରେ ଆମେ ଏହି ସ୍ୱାର୍ଥପର ଦୁନିଆ ରଙ୍ଗମଞ୍ଚରେ ଅଭିନୟ କରୁ କରୁ ବାଳୁତରୁ ବୃଦ୍ଧ ହୋଇ ମଧ୍ୟ ଅତୀତକୁ ଭୁଲି ଯାଇଥାଉ କିନ୍ତୁ ଅବେଳର ହେଲେ ବି ପୁଣି ଯେତେବେଳେ ଏକାଠି ଗୋଟିଏ ମୁହୂର୍ତ୍ତ ଭେଟ ହୁଏ, ସବୁ ଅତୀତ ଆପଣା ଚାଏଁ ଉଛର ହୋଇଯାଏ ଏବଂ କ୍ଷଣିକ ପାଇଁ ବହୁତ ନିକଟତର କରି ଦେଇଥାଏ, ଯାହା ଆଜି ଅନୁଭବି ମଣିଷ ଅନୁଭବ କଲା,ସବୁ ଭବିଷ୍ୟତ ଅନିଶ୍ଚିତ,ଆଉ ଯେ ଭେଟ ହେବ ତାହା ପ୍ରଶ୍ନବାଚୀ ?

17/02/2026

ଫଗୁଣରେ ବେଲ, ଆମ୍ବ ବଉଳ ସହିତ ପଣସ କଷି ମନୋରମ ଦୃଶ୍ୟ, ପ୍ରାକୃତିକ ଦୈବୀ ଦୁର୍ବିପାକ ସହିଲେ ହେଲା ନଚେତ ସବୁ ଗଲା , ଦୀର୍ଘ ବର୍ଷ ପରେ ପସରା ମେଲେଇ ପ୍ରକୃତିକୁ ଦେବାକୁ ଯାଉଛନ୍ତି ଅନେକ ସୁସ୍ୱାଦୁ ମହୋଷଧି l

16/02/2026

କହିଲେ କହିବେ କହିଲା

ଗତ କାଲି ଶିବରାତ୍ରୀ ଗଲା, ଆମେ ବି ମନ୍ଦିର ଗଲୁ, ଶୁଭ ମନାସି ଆସିଲୁ l ଦୁଃଖ ଓ ପରିତାପର ବିଷୟ ଦିନଯାକ ଯାହା ହେଲା ଠିକ ଅଛି କିନ୍ତୁ ସନ୍ଧ୍ୟା ପୂର୍ବରୁ ବକ୍ସ ଓ ଚୁଙ୍ଗା ଲଗାଇ ମାଇକ ବାଜିଲା l ପ୍ରଶାସନ ଓ ପୋଲିସ ନୀରବ l ପିଲା ମାନଙ୍କର ପରୀକ୍ଷା, ପାଠ ପଢିବେ କେମିତି? ମୋ ସ୍ତ୍ରୀ ଅତି ଧାର୍ମିକ, ମୋତେ ବୁଝାଇ ଦେଲା ରାତି 10 ସୁଦ୍ଧା ମାଇକ ବନ୍ଦ ହୋଇ ଯିବ କିନ୍ତୁ ସେମିତି ଚାଲିଲା l ଶେଷରେ ଅନୁରୋଧ କଲି, କେହି ଶୁଣିଲେ ନାହିଁ, ପାଖ ପଡୋଶୀ କହୁ ଥାଆନ୍ତି, ଏଠି କଣ କୌଣସି ନିୟମ କାମ କରେ ନାହିଁ କି? ସନ୍ଧ୍ୟା 4 ଟାରୁ ଭୋର 4.40 ଯାଏଁ ମାଇକ ବାଜିଲା l କିଛି ମା ଭଉଣୀ ଦ୍ବୀପ ଜାଳୁ ଥାଆନ୍ତି, ରାତି 2.45 ରେ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ମାନଙ୍କୁ ଟିକିଏ ମାଇକ ବନ୍ଦ କରିବା ପାଇଁ ଯାଇ ଖୋଜିଲି, କାହାକୁ ପାଇଲି ନାହିଁ l କେବଳ ଟ୍ରଷ୍ଟର ମୁଖ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଦୂରରେ ରୁହନ୍ତି, ନିଜେ ଆରାମରେ ସପରିବାର ରହିଲେ l ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇଲେ କିନ୍ତୁ ଏଠି ମାଇକ ବଜାଇ ମୌଜ କଲେ l ବାଲେଶ୍ୱର ସହରରେ ଅନେକ ମନ୍ଦିର ଅଛି,କେଉଁଠି ରାତି ସାରା ମାଇକ ବଜେଇବାର ନଜିର ନାହିଁ l ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ରାତି 10 ସୁଦ୍ଧା ମହାଦ୍ବୀପ ଉଠି ସାରିଥିଲା, ଶ୍ରଦ୍ଧାଳୁ ମାନେ ନୀରବରେ ବସି ଶୁଭମନାସୀ ରାତି ସାରା ଦ୍ବୀପ ଜାଳିଲେ କିନ୍ତୁ ଆମେ ଧ୍ୟାନ ବଦଳରେ ନାଟକ, ପାଲା ଶୁଣିଲେ l ଇଏ କି ପ୍ରକାର ଧର୍ମ ଭାବନା l

କିଏ କେବେ ବିଦାୟ ନେବା ଜାଣିନାହୁଁ କିନ୍ତୁ ଆସନ୍ତା ବର୍ଷ ପାଇଁ ସରକାର, ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ, ପ୍ରତ୍ୟେକ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କୁ ମାଇକ ବଜାଇବା ଉପରେ ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ 🙏l

ପ୍ରତ୍ୟେକ ବର୍ଷ ଜାଗର ଯାତ୍ରା ବା ଶିବ ରାତ୍ରୀ ସମୟରେ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବା ପ୍ରାୟ ନିଶ୍ଚିତ l
ନିଜ ପିଲା ଯେମିତି ସବୁ ପିଲାମାନେ ସେମିତି ନୁହେଁ କି?

ଗାନ୍ଧୀଜୀଙ୍କୁ ଯେତେ ଗାଳି ଦେଲେ ବି ସେ କିନ୍ତୁ ଲୋକ ଓ ପରମ୍ପରା ମଧ୍ୟରେ ମଜବୁତ ହୋଇ ବସିରହିଛନ୍ତି। 1928 ମସିହାରେ ଝାରସୁଗୁଡ଼ାରେ ଓହ୍ଲାଇପଡ଼...
15/02/2026

ଗାନ୍ଧୀଜୀଙ୍କୁ ଯେତେ ଗାଳି ଦେଲେ ବି ସେ କିନ୍ତୁ ଲୋକ ଓ ପରମ୍ପରା ମଧ୍ୟରେ ମଜବୁତ ହୋଇ ବସିରହିଛନ୍ତି। 1928 ମସିହାରେ ଝାରସୁଗୁଡ଼ାରେ ଓହ୍ଲାଇପଡ଼ିଲେ ମହାତ୍ମା ଗାନ୍ଧୀ। ଗାନ୍ଧୀ ଆସିବା କଥା ଖଣ୍ଡମଣ୍ଡଳରେ ବ୍ଯାପିଗଲା। ଆଉ ଠିକ୍ ତାପରେ ପରେ ଏକ ଅଦ୍ଭୁତ କଥା ଘଟିଲା। ଧାନ କଟା ହୋଇ ଯାଇ ସାରିବା ପରେ ଯେଉଁ ଅଧା ଧାନ ଗଛ ସବୁ ବିଲରେ ଥିଲା, ସେଥିରୁ ପୁଣି ଧାନ କେଣ୍ଡାମାନ ବାହାରିବାକୁ ଲାଗିଲା। ଆଉ ଲୋକେ କହିଲେ ଗାନ୍ଧୀ ମହପ୍ରୁ ପାଦ ପଡ଼ିଥିବାରୁ ଏପରି ହୋଇଛି। ଲୋକେ ମାତିଲେ ଆଉ ଏହି ନୂଆ ଧାନକୁ ନେଇ ପାଳିଲେ ଗାନ୍ଧୀ ନୂଆଁଖାଇ।
ଆଜି ବିହାରୀ ରାମ ତନ୍ତୀ ନାହାଁନ୍ତି କି ଚିନ୍ତାମଣି ପୂଜାରୀ କି ଅନ୍ୟ ସଂଗ୍ରାମୀମାନେ ନାହାଁନ୍ତି। ହେଲେ ଆଜି ବି ଝାରସୁଗୁଡ଼ାରେ ଲୋକେ ପାଳିଛନ୍ତି ଗାନ୍ଧୀ ନୂଆଁଖାଇ।

#ଗାନ୍ଧୀ_ଦର୍ଶନ #ଗାନ୍ଧୀ Rastriya Yuva Sanghathan

15/02/2026
15/02/2026

ହର ହର ତୈମ୍ବକେଶ୍ୱର ବୈଦେଶ୍ୱର ମହାଦେବାହଃ ନମଃ
ଓଁ ନମଃ ଶିବାୟ ଓଁ ନମଃ ଶିବାୟ ଓଁ ନମଃ ଶିବାୟ

14/02/2026

Address

Aktiarpur, Near Noniajodi Park, Haripur
Balasore
756003

Website

Alerts

Be the first to know and let us send you an email when Dedicated person for Neglected Children, Women and Elderly Persons posts news and promotions. Your email address will not be used for any other purpose, and you can unsubscribe at any time.

Share