Great Odisha

Great Odisha Contact information, map and directions, contact form, opening hours, services, ratings, photos, videos and announcements from Great Odisha, Social Media Agency, bhadrak, Bhadrak.

08/08/2026

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ #𝙘𝙝𝙖𝙣𝙙𝙗𝙖𝙡𝙞

06/08/2026

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍
ରିଭଲକଣା ଆବାସିକ ବିଦ୍ୟାଳୟ ବରିଷ୍ଠ ଛାତ୍ର କନିଷ୍ଠଙ୍କୁ ଅତ୍ୟାଚାର ଘଟଣା ବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ।ଶତାଧିକ ଅଭିଭାବକ ଘେରିଲେ ସ୍କୁଲ ଶିକ୍ଷକଙ୍କ ସହିତ ମଙ୍ଗଳ ଅଧିକାରିଙ୍କୁ ।ବିଦ୍ୟାଳୟ ପରିସରରେ ମାଡ ଖାଇଥିବା ପିଲାଙ୍କ ପରିବାର ଦାବି ମାଡ ମାରିଥିବା ପିଲାଙ୍କୁ ବହିଷ୍କାର ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଘଟଣାରେ ସମ୍ପୃକ୍ତ ସମସ୍ତ ଛାତ୍ରଙ୍କୁ ସ୍କୁଲରୁ ରସଟିକେଟ ଦାବି #

 #ଘଣ୍ଟେଶ୍ୱର_ଫାଣ୍ଡିରୁ_ବିଦାୟ_ସାଇବର_ଥାନା_ଭଦ୍ରକରେ_ନୂତନ_ଭାବେ_ଦାୟିତ୍ୱ:ବିରଞ୍ଚିନାରାୟଣ ଅମାନ୍ତଙ୍କ ସେବାକୁ ମିଳୁଛି ପ୍ରଶଂସାଘଣ୍ଟେଶ୍ୱର ଫ...
01/08/2026

#ଘଣ୍ଟେଶ୍ୱର_ଫାଣ୍ଡିରୁ_ବିଦାୟ_ସାଇବର_ଥାନା_ଭଦ୍ରକରେ_ନୂତନ_ଭାବେ_ଦାୟିତ୍ୱ:ବିରଞ୍ଚିନାରାୟଣ ଅମାନ୍ତଙ୍କ ସେବାକୁ ମିଳୁଛି ପ୍ରଶଂସା
ଘଣ୍ଟେଶ୍ୱର ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିରଞ୍ଚିନାରାୟଣ ଅମାନ୍ତଙ୍କ ବଦଳି ହୋଇ ସେ ଭଦ୍ରକ ସାଇବର ଥାନାରେ ନୂତନ ଦାୟିତ୍ୱ ଗ୍ରହଣ କରୁଛନ୍ତି। ଏହି ବଦଳି ପ୍ରଶାସନିକ ପ୍ରକ୍ରିୟାର ଏକ ସାଧାରଣ ଅଂଶ ହୋଇଥିଲେ ମଧ୍ୟ, ଘଣ୍ଟେଶ୍ୱର ଅଞ୍ଚଳର ଅନେକ ଲୋକ ତାଙ୍କ କାର୍ଯ୍ୟକାଳକୁ ସ୍ମରଣ କରୁଛନ୍ତି।
ନିଜ କାର୍ଯ୍ୟକାଳରେ ସେ ଆଇନ-ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ ଏବଂ ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ସହ ଶୁଣିବା ପାଇଁ ପ୍ରୟାସ କରିଥିବା କଥା ସ୍ଥାନୀୟ ମହଳରେ ଆଲୋଚିତ ହୋଇଥାଏ। ଜନସାଧାରଣଙ୍କ ସହ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର ଓ କର୍ତ୍ତବ୍ୟନିଷ୍ଠା ତାଙ୍କ କାର୍ଯ୍ୟଶୈଳୀର ଅନ୍ୟତମ ପରିଚୟ ଭାବେ ଦେଖାଯାଏ।
ବର୍ତ୍ତମାନ ସାଇବର ଅପରାଧ ଦ୍ରୁତ ଗତିରେ ବଢ଼ୁଥିବା ପରିପ୍ରେକ୍ଷିତରେ ଭଦ୍ରକ ସାଇବର ଥାନାରେ ତାଙ୍କ ନୂତନ ଦାୟିତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନଲାଇନ୍ ଠକେଇ, ସାଇବର ଜାଲିଆତି ଓ ଡିଜିଟାଲ୍ ଅପରାଧର ମୁକାବିଲାରେ ତାଙ୍କ ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ନିଶ୍ଚୟ ଉପକାରୀ ହେବ ବୋଲି ଅନେକଙ୍କ ଆଶା।

29/07/2026

ନାଗାବଳୀ ନଦୀରେ ଫସିଲା ଟ୍ରାକ୍ଟର: ଜୀବନ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ସାହସୀ ଯୁବକ ゚

29/07/2026

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଜରାପୁର ଗ୍ରାମର କରୁଣାକର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ #𝙘𝙝𝙖𝙣𝙙𝙗𝙖𝙡𝙞

27/07/2026
27/07/2026

ଧାମରାରେ ଟ୍ରକ ମାଲିକଙ୍କୁ ଅପମାନର ଅଭିଯୋଗ, ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ଓ ଧାମରା ଆସୋସିଏସନର କଡ଼ା ପ୍ରତିବାଦ" #𝙘𝙝𝙖𝙣𝙙𝙗𝙖𝙡𝙞 Sujata Pandian Fan Club

୭୧_ହାଇସ୍କୁଲରେ_ଖୋଲିବ_ଯୁକ୍ତ_୨_ପାଠପଢ଼ା-ଉଚ୍ଚ ମାଧ୍ୟମିକ ସ୍କୁଲରେ ଉନ୍ନୀତ ହେବ ୭୧ ମାଧ୍ୟମିକ ସ୍କୁଲ୍-ଏଥିପାଇଁ କେନ୍ଦ୍ରରୁ ମଞ୍ଜୁର ହୋଇଛି ୧...
27/07/2026

୭୧_ହାଇସ୍କୁଲରେ_ଖୋଲିବ_ଯୁକ୍ତ_୨_ପାଠପଢ଼ା
-ଉଚ୍ଚ ମାଧ୍ୟମିକ ସ୍କୁଲରେ ଉନ୍ନୀତ ହେବ ୭୧ ମାଧ୍ୟମିକ ସ୍କୁଲ୍
-ଏଥିପାଇଁ କେନ୍ଦ୍ରରୁ ମଞ୍ଜୁର ହୋଇଛି ୧୪୦.୭୪ କୋଟି ଟଙ୍କା
-ସମଗ୍ର ଶିକ୍ଷା ଯୋଜନାରେ ପିଏବିର ଅନୁମୋଦନ
-୬୦ଟି ବିଦ୍ୟାଳୟରେ କଳା, ୧୧ଟିରେ ବିଜ୍ଞାନ ବିଭାଗ ଆରମ୍ଭ ହେବ
-ରାଜ୍ୟର ୨୦ଟି ଜିଲ୍ଲାର ବିଦ୍ୟାଳୟ ଏହି ଯୋଜନାର ସୁବିଧା ପାଇବେ
-ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୨ଟି ବିଦ୍ୟାଳୟ ଉନ୍ନୀତ ହେବାକୁ ଯାଉଛି
Sujata Pandian Fan Club Narendra Modi Naveen Patnaik

27/07/2026

#ମଝି_ନଈରେ_ଫସିଲା_ଡଙ୍ଗା
ମଝି ନଈରେ ଫସିଲା ଡଙ୍ଗା...ଚାନ୍ଦବାଲି ପଞ୍ଚୁଟିକ୍ରି ଘାଟରେ ୩ ଘଣ୍ଟା ଧରି ଯାତ୍ରୀଙ୍କ ଆତଙ୍କ...ଦଉଡ଼ି ସାହାଯ୍ୟରେ ଟାଣି ଆଣିଲେ ଲୋକେ

21/07/2026

ଚଳିତ ବର୍ଷ ପ୍ରକାଶିତ ନୀଟ୍ (NEET-UG) ପରୀକ୍ଷା ଫଳାଫଳରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଦୁଇ ଜଣ ମେଧାବୀ ଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ସଫଳତାକୁ ନେଇ ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଶୁଭେଚ୍ଛୁ, ଶିକ୍ଷକ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଲୋକମାନେ ଦୁଇ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ତିହିଡି ବ୍ଲକ କାଣ୍ଡରା ଗାଡ଼ିଆ ଗ୍ରାମର ସୋମ୍ୟ ରଞ୍ଜନ ବିଶ୍ୱାଳ, ପିତା ସର୍ବେଶ୍ୱର ବିଶ୍ୱାଳ ଓ ମାତା ନିରୁପମା ବିଶ୍ୱାଳଙ୍କ ପୁତ୍ର, ନୀଟ୍ ପରୀକ୍ଷାରେ ୭୨୦ରୁ ୫୭୨ ନମ୍ବର ରଖିବା ସହ ଅଲ୍ ଇଣ୍ଡିଆ ରାଙ୍କ ୨୬୩୯ ହାସଲ କରିଛନ୍ତି। ତାଙ୍କ ଏହି କୃତିତ୍ୱ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି।
ସେହିପରି ତିହିଡି ବ୍ଲକର ଅନ୍ୟ ଜଣେ ମେଧାବୀ ଛାତ୍ର ଆଶିଷ କୁମାର ସେଠୀ, ପିତା ସୁକାନ୍ତ କୁମାର ସେଠୀ ଓ ମାତା ପ୍ରଣତି ସେଠୀଙ୍କ ପୁତ୍ର, ନୀଟ୍ ପରୀକ୍ଷାରେ ୭୨୦ରୁ ୬୫୭ ନମ୍ବର ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କ ସଫଳତା ମଧ୍ୟ ଅଞ୍ଚଳବାସୀଙ୍କ ମନରେ ଗର୍ବ ଭରି ଦେଇଛି।
ଉଭୟ ଛାତ୍ର ନିଜ ସଫଳତାର ଶ୍ରେୟ ପିତାମାତା, ଶିକ୍ଷକ ଏବଂ ନିୟମିତ ପରିଶ୍ରମକୁ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ସମାଜର ସେବା କରିବା ସେମାନଙ୍କର ଲକ୍ଷ୍ୟ। #

Address

Bhadrak
Bhadrak

Website

Alerts

Be the first to know and let us send you an email when Great Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share