08/09/2026
ସାମ୍ନାକୁ ଆସିଲା ୧୮୯/୧୯, ୧୯୦/୧୯ ମାମଲାର ମାଷ୍ଟର ମାଇଣ୍ଡର ଚିତ୍ର.!
ଇଏ ସେହି ଅଭିଯୁକ୍ତ ବେଣୁଧର ମହାକୁଡ଼.! ଯାହା ଚକ୍ରବ୍ୟୁହରେ ଫଶିଲେ ରତିକାନ୍ତ ରାଉତ.!
ଏହି ବେଣୁଙ୍କ ବେଆଇନ ଅର୍ଥ କାରବାର ପାଇଁ ପ୍ରଶାସନ ସ୍ଥାଣୁ.?
ଯାହା ପାଖରେ ଗଛିତ ରହୁଛି ଲକ୍ଷଲକ୍ଷ ଟଙ୍କାର ବିସ୍ଫୋରକ ସାମଗ୍ରୀ.?
ବେଆଇନ ଖଣି ବିସ୍ଫୋରଣ, ମନି ଲଣ୍ଡରିଂ କାରବାରର ମୁଖ୍ୟ କାର୍ପଟଦାର.!
୨୦୨୪ର RTI ଚିଠି ଖୋଲିଦେଇଛି ପ୍ରଶାସନ ଓ ଖଣି ମାଫିଆଙ୍କ କଳା ଇତିହାସର ଗୁମର.!
ମୁଣ୍ଡରୁ ଦୋଷ ଛଡ଼େଇବା ପାଇଁ ୨୦୧୯ ରେ ଓଡ଼ାପଡ଼ା ତହସିଲଦାରଙ୍କ ଚିଠି.!
ଚିଠି ଅନୁଯାୟୀ ଅନୁମତିବିହୀନ ରୋଡ୍-ମେଟାଲ୍ କ୍ୱାରିଂ, ବିସ୍ଫୋରକ ବ୍ୟବହାର ଏବଂ ଅନୁମୋଦିତ ଗଭୀରତାଠାରୁ ଅଧିକ ଖନନ.!
କାହା ଇସାରାରେ ସରକାରଙ୍କ ରାଜସ୍ୱ ସମ୍ପତିରୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଲୁଟ୍.!
ଯାହାକୁ ନେଇ ମୋଟଙ୍ଗା ଥାନା Case no. 189/2019ରେ ରୁଜୁ କରିଥିଲା ମାମଲା.!
ଏଇଠୁ ପଦାରେ ପଡ଼ିଥିଲା ଖଣି ମାଫିଆ ଓ ପ୍ରଶାସନର ଅସଲ ଗୁମର.!
ମୋଟ ୭୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି କେମିତି ହାତବାନ୍ଧି ବସିଲା ପୋଲିସ ଏବଂ କାହିଁକି ୭ ବର୍ଷ ହେବ କୋର୍ଟରେ ଦାଖଲ ହେଇପାରୁନି ଫାଇନାଲ ଫର୍ମ.?
ଓଡ଼ିଶାର OMMC Rules, ୨୦୧୬ ଅନୁସାରେ ବୈଧ ଲିଜ୍/କ୍ୱାରି ପରମିଟ୍ ବିନା ଲଘୁ ଖଣିଜ ଲୁଟ କିମ୍ବା କ୍ୱାରି କରିବା ପାଇଁ ଅନୁମତି ଦେଇଥିଲା କିଏ.?
ତେବେ ଏଠି ପ୍ରଶ୍ନ ହେଉଛି—
🔴 ସରକାରୀ ଜମିରେ ଏହି ଖନନ କାହା ଇସାରାରେ ଚାଲିଥିଲା?
🔴 ୨୦୧୯ରେ FIR ପାଇଁ ଚିଠି ହେବା ପରେ କେତେ ଦୂର ଆଇନଗତ କାର୍ଯ୍ୟାନୁଷ୍ଠାନ ହେଲା?
🔴 ସେହି ଜମି ଓ ପ୍ଲଟ୍ଗୁଡ଼ିକର ବର୍ତ୍ତମାନ ସ୍ଥିତି କଣ?
🔴 ରାଜସ୍ୱ କ୍ଷତି ହେଲେ ତାହା କିଏ ଭରଣା କରିବ?
🔴ଏହା କେବଳ ଖଣି ନୁହେଁ—ଏହା ସରକାରୀ ସମ୍ପତ୍ତି, ରାଜସ୍ୱ ଏବଂ ପରିବେଶର ପ୍ରଶ୍ନ।
“ଦସ୍ତାବିଜ୍ କହୁଛି କ’ଣ?
ପ୍ରଶାସନ କଲା କ’ଣ?
ଆଉ ଖଣି କାରବାରର ଅସଲ ଖେଳାଳି କିଏ?”
ଏମିତି ଅନେକ ପ୍ରଶ୍ନକୁ ନେଇ ପୂର୍ଣ୍ଣ ଦସ୍ତାବିଜ ସହ ଖୁଲାସା ହେବ ଖଣି ମାଫିଆଙ୍କ କଳା ଇତିହାସର ସମ୍ପୂର୍ଣ ଗୁମର...
ଖୁବ ଶୀଘ୍ର ଦେଖିବେ
TAPAS@9 ରେ
ଖଣି ମାଫିଆଙ୍କ କଳା ଇତିହାସ ଗୁମରର ଦ୍ୱିତୀୟ ଭାଗ....