ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬

  • Home
  • India
  • Bhubaneswar
  • ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬

ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬ ମୌଳିକତା, ଶାସ୍ତ୍ରୀୟତା, ଜାତୀୟତା, ଉତ୍କର୍ଷତା ପୂର୍ଣ୍ଣ ଏକ
ଦିବ୍ୟ, ଦୀପ୍ତିମାନ, ତେଜୋମୟ, ଶ୍ରୀସମ୍ପନ୍ନ ରାଜ୍ୟ ଓଡ଼ିଶା

ଓଡ଼ିଶାର ମୌଳିକତା, ଶାସ୍ତ୍ରୀୟତା, ଜାତୀୟତା, ଉତ୍କର୍ଷତା ଭିତ୍ତିରେ ଏକ ଦିବ୍ୟ, ଦୀପ୍ତିମାନ, ତେଜୋମୟ, ଶ୍ରୀସମ୍ପନ୍ନ ପ୍ରଦେଶ ଗଠନ ଦିଗରେ ଛାତ୍...
04/07/2026

ଓଡ଼ିଶାର ମୌଳିକତା, ଶାସ୍ତ୍ରୀୟତା, ଜାତୀୟତା, ଉତ୍କର୍ଷତା ଭିତ୍ତିରେ ଏକ ଦିବ୍ୟ, ଦୀପ୍ତିମାନ, ତେଜୋମୟ, ଶ୍ରୀସମ୍ପନ୍ନ ପ୍ରଦେଶ ଗଠନ ଦିଗରେ ଛାତ୍ର, ଯୁବ, ମହିଳା, ବୁଦ୍ଧିଜୀବୀ, ଜନସାଧାରଣଙ୍କ ମଧ୍ୟରେ ଚେତନା ଓ ଜାଗରଣ ଆଣିବାର ଏକ ମହାଭିଯାନ :
ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬

#ବନ୍ଦେ_ଉତ୍କଳ_ଜନନୀ
#ବିଶ୍ଵଓଡ଼ିଶା #ବିଶ୍ବ_ଓଡ଼ିଶା
#ଓଡ଼ିଆ_ଅସ୍ମିତା
#ଶ୍ରୀମନ୍ଦିର

ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬ ର ସ୍ମାରକ ଚିହ୍ନଟିଏ କରିବା ପାଇଁ ବହୁ ଭାବିଚିନ୍ତି ଏଇ ରୂପରେ ପହଞ୍ଚିଛୁ। ପୂର୍ବ ପ୍ରସ୍ତୁତିର...
03/07/2026

ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬ ର ସ୍ମାରକ ଚିହ୍ନଟିଏ କରିବା ପାଇଁ ବହୁ ଭାବିଚିନ୍ତି ଏଇ ରୂପରେ ପହଞ୍ଚିଛୁ।

ପୂର୍ବ ପ୍ରସ୍ତୁତିରେ #ବନ୍ଦେ_ଉତ୍କଳ_ଜନନୀ ଉଲ୍ଲେଖ ନଥିଲା। ଜଣେ ଓଡ଼ିଆ ପ୍ରାଣ ବନ୍ଧୁଙ୍କ ପରାମର୍ଶ କ୍ରମେ ଏହିପରି ସମ୍ପାଦନ କରିଛୁ।

ଆଉ କଣ ହେବା ଉଚିତ ବା ହୋଇ ପାରିନାହିଁ ଜଣାଇଲେ ଆଉଥରେ ଚେଷ୍ଟା କରିବୁ ।

#ବିଶ୍ବଓଡ଼ିଶା #ବିଶ୍ବ_ଓଡ଼ିଶା #ଓଡ଼ିଆ #ଜଗନ୍ନାଥ #ଶ୍ରୀମନ୍ଦିର
#ଅମେଓଡ଼ିଆ

|| ବନସ୍ତେ ଡାକିଲା ଗଜ ||ବନସ୍ତେ ଡାକିଲା ଗଜବରଷକେ ଥରେ ଆସିଛି ରଜ...ଓଡ଼ିଆ ଲୋକଗୀତର ଏଇ ପଦ ଓ ସ୍ୱର ଓଡ଼ିଆ ଜନ ମନରେ ଏମିତି ବସା ବାନ୍ଧିଛି ଯ...
14/06/2026

|| ବନସ୍ତେ ଡାକିଲା ଗଜ ||

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ...

ଓଡ଼ିଆ ଲୋକଗୀତର ଏଇ ପଦ ଓ ସ୍ୱର ଓଡ଼ିଆ ଜନ ମନରେ ଏମିତି ବସା ବାନ୍ଧିଛି ଯେ ତାକୁ କୌଣସି ଆଧୁନିକ ଅପ ସଂସ୍କୃତିର ଝଡ଼ ବତାସ କେବେ ବି ଉଡ଼େଇ ନେଇ ପାରିବ ନାହିଁ ।

ଓଡ଼ିଶାର ମୌଳିକ ପର୍ବ ହେଉଛି ରଜ ପର୍ବ। କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ଏହି ପର୍ବକୁ ଓଡ଼ିଶାର ଗଣପର୍ବ ବୋଲି ମଧ୍ୟ କୁହାଯାଏ ।

ମାଟି, ମାଆ ଓ ମାତୃତ୍ୱର ମହତ୍ତ୍ୱ ସୂଚାଉଥିବା ଏହି ପର୍ବକୁ କୁଆଁରୀ କିଶୋରୀ ଠାରୁ ଆରମ୍ଭ କରି ବୟସ୍କା ମହିଳା ପର୍ଯ୍ୟନ୍ତ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ।

ଏଥିରେ ଶିଶୁ, କିଶୋର, ଯୁବକ, ବୟସ୍କ ନିର୍ବିଶେଷରେ ପୁରୁଷମାନେ ମଧ୍ୟ ସମ ପରିମାଣର ଆନନ୍ଦ ଉପଭୋଗ କରନ୍ତି।

ଏହି ପର୍ବ ପ୍ରାୟତଃ ତିନିଦିନ ବା କେଉଁଠି କେଉଁଠି ଚାରିଦିନ ଧରି ପାଳନ କରାଯାଇଥାଏ । ପ୍ରଥମ ଦିନ ହେଉଛି ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି , ତୃତୀୟ ଦିନକୁ ଭୂଇଁ ଡହଣ ବା ଭୂମି ଦହନ ଏବଂ ଶେଷ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ।

ତେବେ ରଜର ମୁଖ୍ୟ ପର୍ବ ହେଉଛି ରଜ ସଂକ୍ରାନ୍ତି । ଏହି ଦିନଠାରୁ ମିଥୁନ ମାସର ଆରମ୍ଭ ଓ ବର୍ଷା ଋତୁର ପ୍ରବେଶ ହୋଇଥାଏ।

ମୌସୁମୀ ଆଗମନରେ ମେଘ ଓ ମାଟିର ମିଳନ ହୁଏ । ପ୍ରଚଣ୍ଡ ରୌଦ୍ର ତାପରେ ଧରିତ୍ରୀ ଅତ୍ୟଧିକ ଉଷ୍ମତାକୁ ଆହରଣ କରିଥାଏ। ଆଷାଢ଼ର ପ୍ରଥମ ସ୍ପର୍ଶରେ ମାଟି ରଜବତୀ ହୁଏ । ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହେଉଥିବାରୁ ଧରଣୀମାତାକୁ ରଜସ୍ୱଳା ନାରୀ ସହିତ ତୁଳନା କରାଯାଏ ।

ନବୀନା କିଶୋରୀ ପ୍ରଥମ ଋତୁ ସ୍ନାନ କରିବା ପରେ ଯେପରି ଗୋପନ ବିଶ୍ରାମ କରିବା ଓ ସ୍ପର୍ଶ ଆଢୁଆଳରେ ରହିବାର ବିଜ୍ଞାନ ସମ୍ମତ ସାମାଜିକ ବିଧି ରହିଛି, ପୃଥିବୀ ମାତା ପ୍ରଥମ ରଜବତୀ ହେବା ପରେ ତାକୁ ବିଶ୍ରାମ ଦେବା ପାଇଁ ଏହି ପର୍ବ ଏକ ସଙ୍କେତ ମାତ୍ର।

ଏହି ଦିନ ମାନଙ୍କରେ ମାଟି ଖୋଳିବା, ହଳ କରିବା ଆଦି କାର୍ଯ୍ୟର ବାରଣ ଥାଏ। ଏମିତି କି ନାରୀ ମାନଙ୍କୁ ଖାଲି ପାଦରେ ମାଟି ଉପରେ ପାଦ ରଖିବାକୁ ବି ନିଷେଧ ହୋଇଥାଏ। ଭୂମିକୁ କଷ୍ଟ ହେଲାଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ ।

ମା' ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ବିଶ୍ରାମ ଦିଆଯାଏ ।

ସେହିପରି ଘର ପରିବାର ଭିତରେ ଝିଅ, ବୋହୂ, ସ୍ତ୍ରୀ ମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ସାଧାରଣ କାର୍ଯ୍ୟରେ ପୁରୁଷମାନେ ସହଯୋଗ କରି ସେମାନଙ୍କୁ ବିଶ୍ରାମ ଦେବା ପାଇଁ ଆମ ସମାଜରେ ଏହା ଏକ ସୁନ୍ଦର ବାର୍ତ୍ତା।

ଭାଷା ଭିତ୍ତିରେ ସ୍ଵତନ୍ତ୍ର ପ୍ରଦେଶ ମାନ୍ୟତା ଲାଭ କରିବାରେ ଆମ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।ବିଭିନ୍ନ ପ୍ରାଦେଶିକ ଶାସନରେ ଭାଗ ଭାଗ ହୋଇ ରହି...
02/06/2026

ଭାଷା ଭିତ୍ତିରେ ସ୍ଵତନ୍ତ୍ର ପ୍ରଦେଶ ମାନ୍ୟତା ଲାଭ କରିବାରେ ଆମ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।

ବିଭିନ୍ନ ପ୍ରାଦେଶିକ ଶାସନରେ ଭାଗ ଭାଗ ହୋଇ ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ୧୯୩୬ ମସିହାରେ ଏକ ପ୍ରଦେଶ ଭାବରେ ଗଠନ ହେଲା।

ଆସନ୍ତା ୨୦୩୬ ମସିହାରେ ଏହି ପ୍ରଦେଶ ଗଠନ ଶତାବ୍ଦୀ ପୂର୍ତ୍ତି କରିବ।

ଶତବାର୍ଷିକୀ ପାଳନ ଉତ୍ସବରେ ଓଡ଼ିଶା ଉତ୍ସବ ମୁଖର ହେବ।
ହୁଏତ ନାନାଦି ଆଲୋକ ମାଳା, ରଙ୍ଗ ବିରଙ୍ଗର ତୋରଣ ବା ସେହିପରି କିଛି ଆଖି ଝଲସିବା ପରି ଆୟୋଜନ ଉଭୟ ସରକାରୀ ବେସରକାରୀ ସ୍ତରରେ ଆୟୋଜନ ହେବା ପାଇଁ ପ୍ରତିଯୋଗିତା ଚାଲିବ।

ତେବେ ଏହା କଣ ବାସ୍ତବରେ ଆମର ଏହି ଗୌରବମୟ ରାଜ୍ୟର ଏକ ଶତପୂର୍ତ୍ତି ଉତ୍ସବର ରୂପରେଖ ହେବା ଉଚିତ ?

ଏହି ଶତାବ୍ଦୀ ପୂର୍ତ୍ତିର ଏକ ଦଶନ୍ଧି ପୂର୍ବରୁ ଏକ ପ୍ରସ୍ତୁତି ପର୍ବ ଭାବରେ 'ବିଶ୍ବ ଓଡ଼ିଶା' ଏକ ମହାଭିଯାନର ପରିକଳ୍ପନା କରିଛି ― "ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬-୨୦୩୬"

ଏହି ଦଶବର୍ଷକୁ ଦଶଟି ପ୍ରସଙ୍ଗରେ ବର୍ଷପାଳନ ପୂର୍ବକ ଓଡ଼ିଶାର ବାସ୍ତବ ବିକାଶର ଅନୁଧ୍ୟାନ, ଅଧ୍ୟୟନ, ଅନୁସନ୍ଧାନ କରିବା ଏହି ଦଶନ୍ଧି ପାଳନର ମୁଖ୍ୟ ଆଭିମୁଖ୍ୟ।

ଓଡ଼ିଶାର ମୌଳିକତା, ଶାସ୍ତ୍ରୀୟତା, ଜାତୀୟତା, ଉତ୍କର୍ଷତା ଭିତ୍ତିରେ ଏକ ଦିବ୍ୟ, ଦିପ୍ତୀମାନ, ତେଜୋମୟ, ଶ୍ରୀସମ୍ପନ୍ନ ପ୍ରଦେଶ ଗଠନ ଦିଗରେ, ଓଡ଼ିଶାର ଛାତ୍ର, ଯୁବ, ମହିଳା, ବୁଦ୍ଧିଜୀବୀ, ଜନସାଧାରଣଙ୍କ ମଧ୍ୟରେ ଚେତନା ଓ ଜାଗରଣ ସୃଷ୍ଟି କରିବା ହେଉଛି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ଏହି ମହାଭିଯାନକୁ ଆପଣଙ୍କୁ ସାଦର ସ୍ୱାଗତ ଜଣାଉଛୁ।

#ଓଡ଼ିଆ_ଅସ୍ମିତା_ଦିବ୍ୟ_ଦଶନ୍ଧି
#ଓଡ଼ିଆଅସ୍ମିତା_ଦିବ୍ୟଦଶନ୍ଧି_୨୦୨୬_୨୦୩୬

#ବିଶ୍ଵଓଡ଼ିଶା
#ଓଡ଼ିଆଅସ୍ମିତା

ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬
31/05/2026

ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬

31/05/2026

ମୌଳିକତା, ଶାସ୍ତ୍ରୀୟତା, ଜାତୀୟତା, ଉତ୍କର୍ଷତା ପୂର୍ଣ୍ଣ ଏକ
ଦିବ୍ୟ, ଦୀପ୍ତିମାନ, ତେଜୋମୟ, ଶ୍ରୀସମ୍ପନ୍ନ ରାଜ୍ୟ ଓଡ଼ିଶା

Address

ଭୁବନେଶ୍ୱର
Bhubaneswar
751001

Website

Alerts

Be the first to know and let us send you an email when ଓଡ଼ିଆ ଅସ୍ମିତା ଦିବ୍ୟ ଦଶନ୍ଧି : ୨୦୨୬ - ୨୦୩୬ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share