08/08/2026
ବିଭିନ୍ନ ରାଜନୈତିକ ଦଳରୁ ଦଳବଦଳ କରି #ଆସିଥିବା_୪୫ ଜଣ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ Narendra Modi ଙ୍କ ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଯେଉଁମାନଙ୍କ ବିରୋଧରେ ପୂର୍ବରୁ ତଦନ୍ତକାରୀ ସଂସ୍ଥାଗୁଡ଼ିକର ତଦନ୍ତ, ମାମଲା କିମ୍ବା ରାଜନୈତିକ ବିବାଦ ନେଇ ପ୍ରଶ୍ନ ଉଠିଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ରାଜନୈତିକ ଶିବିର ପରିବର୍ତ୍ତନ ପରେ ପରିସ୍ଥିତି ବଦଳିଥିବା ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇ ଆସୁଛନ୍ତି।
ତେବେ ଏବେ ପ୍ରଶ୍ନ ହେଉଛି ଏହି ବୈଠକ କେବଳ ସାଧାରଣ ରାଜନୈତିକ ଆଲୋଚନା ନା କୌଣସି ବଡ଼ ରାଜନୈତିକ ଯୋଜନାର ପୂର୍ବାଭାସ? ଜନତାଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଦଳ ଭାଙ୍ଗିବ, ନେତା ବଦଳିବେ, ଆଉ ଗଣତନ୍ତ୍ରର ଦିଗ କିଏ ନିର୍ଦ୍ଧାରଣ କରିବ? ଆଜି ବୈଠକ ହେଉଛି, କାଲି କ’ଣ ହେବ ତାହା ସମୟ କହିବ। କିନ୍ତୁ ଜନତା ସବୁ ଦେଖୁଛନ୍ତି, ସବୁ ବୁଝୁଛନ୍ତି। ସତ୍ତାର ଖେଳ ଯେତେ ବଡ଼ ହେଉ, ଶେଷ ନିଷ୍ପତ୍ତି ଜନତାଙ୍କର।
Naveen Patnaik
Biju Janata Dal Odisha
Biju Janata Dal Rayagada