25/06/2024
ନବୀନ ଥିଲେ କୋଉଠି ଯେତେବେଳେ
1) କୋଣାର୍କ_ଟିଭି ବୁଡିଲା
2) ଅଏଲ୍_ଓଡିଶା ବୁଡିଲା
3) ଇପିଟ୍ରନ୍_ଟାଇମସ୍ ବୁଡିଲା
4) କୋଣାର୍କ_ଝୋଟକଳ ବୁଡିଲା
5) ତିର୍ତ୍ତୋଲ_ସୁତାକଳ ବୁଡିଲା
6) ଓଟିଏମ୍ ବୁଡିଲା
7) କଳିଂଗ_ଟ୍ଯୁବସ୍ ବୁଡିଲା
8) ଟିପିଏମ୍ ବୁଡିଲା
9) ବାରଂଗ_କାଚ_କାରଖାନା ବୁଡିଲା
10) ଇଷ୍ଟ_କୋଷ୍ଟ_ଫର୍ଟିଲାଇଜର ବୁଡିଲା
11) ନୟାଗଡ_ଚିନି_କାରଖାନା ବୁଡିଲା
12) ବଡମ୍ୱା_ଚିନି_କାରଖାନା ବୁଡିଲା
13) ବରଗଡ_ଚିନି_କାରଖାନା ବୁଡିଲା
14) ଆସ୍କା_ଚିନି_କାରଖାନା ବୁଡିଲା
15) ଏସ୍_ଏନ୍_କର୍ପୋରେସନ୍ ବୁଡିଲା
16) ଜେ_କେ_ସିନ୍ଥେଟିକ୍ସ ବୁଡିଲା
17) ବିଲାତି_ଓଡିଶା ବୁଡିଲା
18) ବିର୍ଲା_ଟାୟର ବୁଡିଲା
ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା
19) ପାର୍ବତୀ_ପାୱାରଲୁମ୍, ଜଗତସିଂହପୁର ବୁଡିଲା
20) ବଳଦେବଜୀଉ_ପାୱାରଲୁମ୍,କେଂଦ୍ରାପଡା ବୁଡିଲା
21) ମା_ବାଉତୀ_ପାୱାରଲୁମ୍, ଆଠଗଡ ବୁଡିଲା
22) ମାଣିକେଶ୍ୱରୀ_ପାୱାରଲୁମ୍, କଳାହାଣ୍ଡି ବୁଡିଲା
23) ମଧୁନଗର_ପାୱାରଲୁମ୍, କଟକ ବୁଡିଲା
24) ଛତିଆ_ୱେଭିଂ_ମିଲ୍, ଯାଜପୁର ବୁଡିଲା
25) ବରୁଣେଇ_ପାୱାରଲୁମ୍, ଖୋର୍ଧା ବୁଡିଲା
26) ବ୍ରହ୍ମପୁର_ପାୱାରଲୁମ୍, ଗଂଜାମ ବୁଡିଲା
27) ରାମନଗର_ପାୱାରଲୁମ୍, ବରଗଡ ବୁଡିଲା
28) ବାରିପଦା_ପାୱାରଲୁମ୍, ମୟୁରଭଂଜ ବୁଡିଲା
29) ମହାଲକ୍ଷ୍ମୀ_ପାୱାରଲୁମ୍, ସୁନ୍ଦରଗଡ ବୁଡିଲା
ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା
ଲେଖିଲେ ଗୋଟାଏ ବହି ହେବ
ଓଡିଶା ବିକାଶପାଇଁ ସରକାରଂକ ହାତରେ ଆମେ ବର୍ଷକୁ ଦେଉଛୁ ଦେଢଲକ୍ଷ କୋଟି , କ’ଣ ଗୁଜୁରାଟ, କେରଳ,ହାଇଦରାବାଦ, ହରିଆନା, ଛତିଶଗଡ ଯାଇ ଦାଦନ ଖଟିବାକୁ ?
ଏ ପଇସା ସବୁଲୋକ ଦେଉଛନ୍ତି, ଗୋଟାଏ ଭ୍ରମ ଧାରଣା ଅଛି ଯେ, କେବଳ ଧନୀ ଲୋକ ସରକାରଂକୁ ଟିକସ ଦିଅନ୍ତି, ତାହା ଭୁଲ୍ କଥା, ଦିନକୁ ୩୦୦ ଟଂକା ରୋଜଗାର ଓ ଖର୍ଚ କରୁଥିବା ମୂଲିଆ ବି ହାରାହାରି ୧୮% ହିସାବରେ ଦିନକୁ ସରକାରୀ ଟ୍ରେଜେରୀକୁ ୫୪ ଟଂକା ଦିଏ ।
ଜଣେ ରାଷ୍ ଟ୍ର ନୀତିଜ୍ଞ ତାର ରାଜ୍ଯକୁ ସମ୍ପନ୍ନ କରିବାକୁ ଯୋଜନା କରେ, ତାର ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରେ, କେବଳ ଭେଜାଶୂନ୍ଯ ସରକାର ଯୋଜନା କରେ ଭିକ ଦେଇ ଭୋଟ୍ ନେବାକୁ ।
ଟଂକା ତ ଲୋକଙର,,, କେଉଁ ନେତା କି ମନ୍ତ୍ରୀ ,,
କେଉଁଠୁ ଆଣିକି ଦେଲେ ?
ବାବୁ ଆମେ ସାଧାରଣ ଲୋକ, ତୁମକୁ ବୁଦ୍ଧିଆ ଭାବି ବିଧାନ ସଭାକୁ ପଠେଇଛୁ, ବର୍ଷକୁ ଦେଢ ଲକ୍ଷ କୋଟି ଟଂକା ବି ତୁମ ହାତରେ ଦେଉଛୁ, ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରିବା ପାଇଁ, ଆମକୁ ବିପିଏଲ୍ କରି କେରଳ, ମହାରାଷ୍ ଟ୍ର, ସୁରଟ, ହାଇଦରାବାଦ, ହରିଆନାକୁ ଦାଦନ ଖଟିବାକୁ ପଠାଇବାକୁ ନୁହେଁ ।
ଯଦି ଗୋଟାଏ ରାଜ୍ଯରେ
ଜେଜେ ବିପିଏଲ୍
ବାପା ବିପିଏଲ୍
ନାତି ବିପିଏଲ୍ ହେବ
ସେ ରାଜ୍ଯରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ?